International Mother Language Day celebrations at Kalamchhuin Shishu Mandir.

TALCHER (Dt.21/02/2022) – International Mother Language Day has been observed at Kalamchhuin Saraswati Shishu Vidyamandir in Talcher block. The function was Host by Mr.Anil Kumar Dehuri, Pradhan Acharya of the school and was presided over by Mr.Dibakar Barik, President of the School Management Committee. Dr.Prashant Kumar Rath, Retired Oriya Professor of Talcher College, was the Chief Guest and Secretary Mr.Bibhuti Bhushan Swain was the Guest of Honor of the Function. At the beginning, the guests laid wreaths at the photographs of senior poets and writers of Odisha. Acharya Chaturbhuja Sahoo welcomed And introduced the guests. The chief guest on the occasion, Mr. Rath, in his speech, said that language is the bearer of culture. “Once a language is alive, it is important for a nation to survive and to respect its mother tongue, and for everyone to work together to promote it,” he said. A language and literature quiz and speech contest was held among the students of the school. The chief guest presented awards and books to the winners. In addition, the chief guest, Mr. Rath, donated his books to the school library, Panchasakha, Talcher Folk Culture and Ajayayan. All the gurus and gurumaas of the school participated in the 75 crore Suryanmaskar program on the occasion of the Azadi Ka Amrit Mahotsav and all were honored. Acharya Priyanka Behera and Archana Sahoo officiated the function while Acharya Ajay Kumar Sahoo offered the vote of thanks. Guruji Biren Kumar Pradhan, Abhay Kumar Sahoo, Anil Kumar Sahoo, Basant Mohanty, Guruma Saroja Behera, Sushri Tripathi, Damyanti Nanda, all Guruji and Gurumaa assisted in the  programmme.

କଳମଛୁଇଁ ଶିଶୁ ମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ
ତାଳଚେର(ତା-୨୧/୦୨/୨୦୨୨)-ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ତାଳଚେର ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡିଆ ପ୍ରାଧ୍ୟାପକ ଡ.ପ୍ରଶାନ୍ତ କୁମାର ରଥ ଓ ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ଓଡିଶାର ବରିଷ୍ଠ କବି ଓ ଲେଖକମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଚତୁର୍ଭୂଜ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରଥ ନିଜ ଅଭିଭାଷଣରେ ଭାଷା ହେଉଛି ସଂସ୍କୃତିର ବାହାକ । ଗୋଟିଏ ଭାଷା ବଂଚିଲେ ଗୋଟିଏ ଜାତି ବଂଚେ ତଥା ନିଜର ମାତୃଭାଷାକୁ ସମ୍ମାନ ଦେବା ସହ ଏହାର ପ୍ରଚାର, ପ୍ରସାର କରିବା ଦିଗରେ ସମସ୍ତେ ମିଳିତ ଭାବରେ ଆନ୍ତରିକ ଉଦ୍ୟମ କରିବା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଷା, ସାହିତ୍ୟ ସମ୍ବଦ୍ଧୀୟ ଏକ କୁଇଜ୍ ଓ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ପୁସ୍ତକ ପ୍ରଦାନ କରି ପୁରସ୍କୃତ କରିଥିଲେ । ଏହାସହିତ ମୁଖ୍ୟ ଅତିଥି ଶ୍ରୀ ରଥ ନିଜ ସ୍ୱଲିଖିତ ପୁସ୍ତକ ସଂଗ୍ରାମୀ ପଂଚସଖା,ତାଳଚେର ଲୋକସଂସ୍କୃତି ଓ ଅଜୟାୟନ ପୁସ୍ତକକୁ ବିଦ୍ୟାଳୟର ପାଠାଗାରକୁ ଦାନ କରିଥିଲେ । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ୭୫ କୋଟି ସୂର୍ଯ୍ୟନମସ୍କାର କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା ଅଂଶଗ୍ରହଣ କରିଥିବାରୁ ସମସ୍ତଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଚାର୍ଯ୍ୟା ପ୍ରିୟଙ୍କା ବେହେରା ଓ ଅର୍ଚ୍ଚନା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁଜୀ ବୀରେନ୍ କୁମାର ପ୍ରଧାନ, ଅଭୟ କୁମାର ସାହୁ,ଅନୀଲ କୁମାର ସାହୁ,ବସନ୍ତ ମହାନ୍ତି,ଗୁରୁମା ସରୋଜା ବେହେରା, ସୁଶ୍ରୀ ତ୍ରିପାଠୀ,ଦମୟନ୍ତୀ ନନ୍ଦଙ୍କ ସମେତ ସମସ୍ତ ଗୁରୁଜୀ,ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

https://ssvmkalamachhuin.in/photo-gallery-2021-22/

Leave a Reply

Your email address will not be published.