Postcards sent to the Prime Minister of India by the students of Kalamchhuin Shishu Vidyamandir on dt.21.12.2021.

 

Talcher (Dt.21/12/2021) – Students of Saraswati Shishu Vidyamandir, Kalamchhuin of  Talcher Block, have sent postcards to the Hon’ble Prime Minister Narendra Modi on the occasion of Independence Day. As many as 75 lakh postcard campaign schemes have been launched by the Indian Postal Service, the Ministry of Communications, the Ministry of School Education and Literacy and the Ministry of Education under the slogan “My Vision for India 2047” and “Unknown Hero of the Struggle for Independence”. Under the guidance of Mr.Anil Kumar Dehuri, Pradhan Acharya of SSVM,Kalamchhuin more than hundred of students of the school expressed their views on the postcards. The students hope that on the eve of the centenary of independence, India will be able to assert its independence in the world, in the spiritual, intellectual, cultural, economic, social and technical spheres. “In the future, India will be the light that will help the world to shine a bright, beautiful world,” wrote the students in their postcards. 

ପ୍ରଧାନମନ୍ତ୍ରୀଙ୍କୁ କଳମଛୁଇଁ ଶିଶୁମନ୍ଦିର ଛାତ୍ରଛାତ୍ରୀଙ୍କର ପୋଷ୍ଟକାର୍ଡ ପ୍ରେରଣ

  ତାଳଚେର(ତା-୨୧/୧୨/୨୦୨୧)-ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପୋଷ୍ଟ କାର୍ଡ ପ୍ରେରଣ କରାଯାଇଛି । ଭାରତୀୟ ଡାକ ବିଭାଗ,ସଂଚାର ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ଏବଂ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ୭୫ ଲକ୍ଷ ପୋଷ୍ଟକାର୍ଡ ଅଭିଯାନ ଯୋଜନା ଅନୁଯାୟୀ ଛାତ୍ରଛାତ୍ରୀମାନେ ନିଜସ୍ୱ ଚିନ୍ତାଧାରାରେ “୨୦୪୭ର ଭାରତ ପାଇଁ ମୋର ଦୃଷ୍ଟି” ଓ “ସ୍ୱତନ୍ତ୍ରତା ସଂଗ୍ରାମର ଅଜଣା ନାୟକ” ଶୀର୍ଷକ ପାଇଁ ନିଜର ମତ ପ୍ରେରଣ କରିବାକୁ ସୂଚନା ଦିଆ ଯାଇଥିଲା । ଏହି କ୍ରମରେ କଳମଛୁଇଁ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ପୋଷ୍ଟକାର୍ଡରେ ନିଜ ନିଜର ଚିନ୍ତାଧାରା ବ୍ୟକ୍ତ କରିଛନ୍ତି । ସ୍ୱାଧୀନତାର ଶହେ ବର୍ଷ ଫୂର୍ତି ଅବସରରେ ଭାରତ ଆତ୍ମ ନିର୍ଭର ହେବା ସହିତ ଆଧ୍ୟାତ୍ମିକ,ବୌଦ୍ଧିକ, ସାଂସ୍କୃତିକ,ଅର୍ଥନୈତିକ,ସାମାଜିକ ତଥା ବୌଷୟିକ କ୍ଷେତ୍ରରେ ସମଗ୍ର ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିପାରିବ ବୋଲି ଛାତ୍ରଛାତ୍ରୀମାନେ ଆଶାପୋଷଣ କରିଛନ୍ତି । ଏହା ସହିତ ଆଗାମୀ ଭବିଷ୍ୟତରେ ଭାରତ ହିଁ ବିଶ୍ୱସମୁଦାୟଙ୍କ ପାଇଁ ଆଲୋକ ବର୍ତିକା ହୋଇ ଏକ ସବୁଜ,ସୁନ୍ଦର ପୃଥିବୀ ଗଠନ କରିବାରେ ସହାୟକ ହୋଇ ପାରିବ ବୋଲି ଛାତ୍ରଛାତ୍ରୀମାନେ ପୋଷ୍ଟକାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଆଚାର୍ଯ୍ୟ ପ୍ରତିନିଧି ମଳୟ କୁମାର ଦାସ,ଅନୀଲ କୁମାର ସାହୁ,ଶରତ ଚନ୍‌୍ର ଦାସ,ରବିନ କୁମାର ବରାଳ,ସଂଜୟ ସାଲିମା,ପ୍ରକାଶ ଚନ୍ଦ୍ର ପ୍ରଧାନ,ଜ୍ୟୋତିର୍ମୟୀ ସେନାପତି ଓ ଗୀତାଞ୍ଜଳୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.