Worship of Maa Saraswati at Kalamchhuin Shishu Vidyamandir.

କଳମଛୁଇଁ ଶିଶୁମନ୍ଦିରରେ ମା ସରସ୍ୱତୀଙ୍କ ପୂଜା ପାଳନ

ତାଳଚେର(ତା-୦୫/୦୨/୨୦୨୨)- ପବିତ୍ର ବସନ୍ତ ପଂଚମୀ ଅବସରରେ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମା ବୀଣାପାଣିଙ୍କ ପୂଜା କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ପୌରହିତ୍ୟରେ ବିଦ୍ୟାଳୟର ସମସ୍ତ ଗୁୁରଜୀ,ଗୁୁରମା ଧୂପ,ଦୀପ,ନୈବେଦ୍ୟ ଅର୍ପଣ କରି ବିଦ୍ୟାଦାତ୍ରୀଙ୍କର ଉପାସନା କରିଥିଲେ । ଏହି ଉତ୍ସବରେ ସରକାରଙ୍କ ନିୟମାନୁଯାୟୀ ସ୍ଥାନୀୟ ଅଂଚଳର ଅଳ୍ପ କେତେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କର୍ତା ଭାବରେ ବିଦ୍ୟାଳୟର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ଦାୟିତ୍ୱ ନିର୍ବାହ କରିଥିଲେ । ସରସ୍ୱତୀଙ୍କ ମୃଣ୍ମୟୀ ପ୍ରତିମାକୁ ବିଧିପୂର୍ବକ ଜୀବନ୍ୟାସ ଦେବା ପରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଗୁରୁଜୀ,ଗୁରୁମାମାନେ ପୂଷ୍ପାଞ୍ଜଳୀ ଦେଇଥିଲେ । ଏହି ଅବସରରେ ତିରିଶରୁ ଉର୍ଦ୍ଧ୍ୱ କୁନି ପିଲାଙ୍କର ଖଡିଛୁଆଁ ଉତ୍ସବ ସଂପନ୍ନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକଙ୍କ ସମେତ ସମସ୍ତ ଗୁରୁଜୀ,ଗୁରୁମା ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ।

Leave a Reply

Your email address will not be published.