TALCHER (Dt.12/12/2021) – A three-day training course on national education Policy has started on Friday in the vicinity of Badajorada Saraswati Shishu Vidyamandir in Talcher block. According to the Sikshya Vikas Samiti, Odisha’s National Education Policy Scheme, the teacher training workshop was started at the grassroots level and the inaugural function was presided over by the school’s Pradhan Acharya Mr. Mayadhar Sahoo. Angul Dist. Nirikshyaka Mr. Biranchi Narayan Mohapatra was the chief guest and inaugurated the workshop by lighting the lamp. On this occasion he discussed national education policy. On the second day of the workshop, Mr.Bibhuti Bhushan Swain, Secretary of Kalamchhuin Saraswati Shishu Vidyamandir, was the Chief Guest at the workshop and inaugurated the lighting program. Mr.Anil Kumar Dehuri, Educational Coordinator and Pradhan Acharya of SSVM,Kalamchhuin, is conducting the program under the direct supervision of Mr.Hemant Pradhan, Sankula Coordinator, Talcher. The workshop is being attended by 93 Guruji and Gurmaa from Kalamchhuin, Badajorada and Bikrampur Shishumandir.
ବଡଯୋରଡା ଶିଶୁମନ୍ଦିରରେ ଜାତୀୟ ଶିକ୍ଷାନୀତି କର୍ମଶାଳା
ତାଳଚେର(ତା-୧୧/୧୨/୨୦୨୧)-ତାଳଚେର ବ୍ଲକ ବଡଯୋରଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ ଶିକ୍ଷାନୀତି ସଂପର୍କିତ ଏକ ତିନିଦିନିଆ ପ୍ରଶିକ୍ଷଣ କର୍ମଶାଳା କୋଭିଡ କଟକଣା ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି । ଶିକ୍ଷା ବିକାଶ ସମିତି,ଓଡିଶାଙ୍କ ଜାତୀୟ ଶିକ୍ଷା ନୀତି ଯୋଜନା ଅନୁଯାୟୀ ଏହି ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ସଙ୍କୁଳ ସ୍ତରରେ ଆରମ୍ଭ ହୋଇଥିବା ବେଳେ ଉଦ୍ଘାଟନୀ ସମାରୋହରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମାୟାଧର ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଅନୁଗୋଳ ବିଭାଗ ନିରୀକ୍ଷକ ବିରଂଚି ନାରାୟଣ ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କର୍ମଶାଳାର ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ ଜାତୀୟ ଶିକ୍ଷାନୀତି ସଂପର୍କରେ ଆଲୋଚନା କରିଥିଲେ । ସେହିପରି କର୍ମଶାଳାର ଦ୍ୱିତୀୟ ଦିବସରରେ ଅତିଥି ଭାବରେ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତାଳଚେର ସଙ୍କୁଳ ସଂଯୋଜକ ହେମନ୍ତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ ଶୈକ୍ଷିକ ସଂଯୋଜକ ତଥା କଳମଛୁଇଁ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଏହି କର୍ମଶାଳାରେ କଳମଛୁଇଁ, ବଡଯୋରଡା ଓ ବିକ୍ରମପୁର ଶିଶୁମନ୍ଦିରର ୯୩ ଜଣ ଗୁରୁଜୀ,ଗୁରମା ଯୋଗ ଦେଇ ପ୍ରଶିକ୍ଷଣ ନେଉଛନ୍ତି । ଏହି କର୍ମଶାଳା ରବିବାର ଦିନ ଉଦ୍ଯାପିତ ହେବ ବୋଲି ପ୍ରଧାନାଚାର୍ଯ୍ୟ ମାୟାଧର ସାହୁ ସୂଚନା ଦେଇଥିଲେ ।