Swadeshi Week Celebration at Kalamchhuin Shishu Vidyamandir on dt.17.12.2021.

  TALCHER (Dt.-17/12/2021) – Kalamchhuin Saraswati Shishu Vidya Mandir has celebrated Swadeshi Week in the vicinity of covid katkana. The function was presided over by Mr.Anil Kumar Dehuri, Pradhan Acharya of the school with Mr.Bibhuti Bhushan Swain, Secretary of the School Management Committee, as the Chief Guest and Mr.Mayadhar Sahoo, RSS Head of Publicity of  Angul District as the keynote speaker. On the occasion, Mr. Sahoo highlighted the life of Babugenu, the first martyr of the Swadeshi movement. The chief guest, Mr. Swain, said that by abandoning the use of foreign goods and making extensive use of indigenous materials, the country’s economy would be strengthened and it would be a fitting tribute to Shahid Babugenu. Acharya Sanjay Kumar Salima officiated the function while Acharya Biren Kumar Pradhan offered the vote of thanks. Acharya Sanjay Kumar Barik, Prakash Pradhan, Kamal Lochan Pradhan, Uchchab Rana, Duryodhan Sahoo assisted in the  programme.

କଳମଛୁଇଁ ଶିଶୁମନ୍ଦିରରେ ସ୍ୱଦେଶୀ ସପ୍ତାହ ପାଳନ

 ତାଳଚେର(ତା-୧୭/୧୨/୨୦୨୧)- ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସ୍ୱଦେଶୀ ସପ୍ତାହ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଓ ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଅନୁଗୋଳ ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ମାୟାଧର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ସାହୁ ସ୍ୱଦେଶୀ ଆନ୍ଦୋଳନର ପ୍ରଥମ ଶହୀଦ ବାବୁଗେନୁଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ । ବିଦେଶୀ ବସ୍ତୁର ବ୍ୟବହାରକୁ ବର୍ଜନ କରିି ସ୍ୱଦେଶୀ ନିର୍ମିତ ସାମଗ୍ରୀର ବହୁଳ ଉପଯୋଗ କଲେ ଦେଶର ଅର୍ଥନୀତି ସୁଦୃଢ ହେବା ସହିତ ତାହା ସହୀଦ୍ ବାବୁଗେନୁଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଆଚାର୍ଯ୍ୟ ସଂଜୟ କୁମାର ସାଲିମା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ବୀରେନ୍ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ ସଂଜୟ କୁମାର ବାରିକ,ପ୍ରକାଶ ସାହୁ,କମଳ ଲୋଚନ ପ୍ରଧାନ, ଉଚ୍ଛବ ରଣା,ଦୁର୍ଯ୍ୟୋଧନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.