Surya Namaskar Programme Held at Kalamchhuin Saraswati Shishu Vidyamandir.

Talcher (Dt.14/01/2022) – At the invitation of the Ministry of AYUSH of the Government of India on the occasion of the Azadi Ka Amrit Mahotsav, 75 crore surya Namaskar Programme are being organized around the world. On this occasion, as per the plan of the Shikshya Vikash Samiti, Odisha, the Surya Namaskar program is being held in the premises of Kalamchhuin Saraswati Shishu Vidyamandir in Talcher block under Kovid Katkana. Under the direct supervision of Mr.Anil Kumar Dehuri, Pradhan Acharya of the school, the school’s Guruji and Guruma greet the Surya Namaskar 13 times per day. All the gurus, including the school’s physical Trainer Acharya Biren Kumar Pradhan, are participating in the event. In addition, all the students of the school are encouraged by the school to stay home and greet the surya Namaskar, said Pradhan Acharya  Shri Dehuri. The government has announced that the program will be held from January 14 to 07Th February  2022.

କଳମଛୁଇଁ ଶିଶୁ ମନ୍ଦିରରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ


ତାଳଚେର(ତା-୧୮/୦୧/୨୦୨୨)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟର ଆହ୍ୱାନ କ୍ରମେ ସମଗ୍ର ବିଶ୍ୱରେ ୭୫ କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ ଶିକ୍ଷା ବିକାଶ ସମିତି,ଓଡିଶାଙ୍କ ଯୋଜନା ଅନୁଯାୟୀ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଅଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ବିଦ୍ୟାଳୟର ଗୁରୁଜୀ,ଗୁରୁମା ପ୍ରତ୍ୟହ ୧୩ ଥର ସୂର୍ଯ୍ୟ ନମସ୍କାର କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶାରିରୀକ ପ୍ରମୁଖ ବୀରେନ୍ କୁମାର ପ୍ରଧାନଙ୍କ ସମେତ ସମସ୍ତ ଗୁରୁଜୀ,ଗୁରୁମା ସହଯୋଗ କରୁଛନ୍ତି । ଏହାସହିତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଘରେ ରହି ସୂର୍ଯ୍ୟ ନମସ୍କାର କରିବାକୁ ବିଦ୍ୟାଳୟ ପକ୍ଷରୁ ଉତ୍ସାହିତ କରାଯାଉଛି ବୋଲି ପ୍ରଧାନାଚାର୍ଯ୍ୟ ଶ୍ରୀ ଦେହୁରୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ- ଚଳିତ ମାସ ୧୪ ତାରିଖ ଠାରୁ ଆସନ୍ତା ଫେବୃୟାରୀ ମାସ ୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.