Netaji and Surendra Sai Jayanti Celebration at Kalamchhuin Shishu Vidyamandir.

TALCHER (Dt.23/01/2022) – The 125th birth anniversary of Veer Surendra Sai and Netaji Subhas Chandra Bose has been celebrated at Kalamchhuin Saraswati Shishu Vidyamandir under Talcher block . It was chaired by Mr.Dibakar Barik, an educationist, President of the school management committee. Mr.Bibhuti Bhusan Swain, the school’s Secretary, was the chief guest, Tapan Kumar Sahoo, the Joint Secretary and Acharya Hingmashu Kumar Das, the Chief speaker, laid wreaths at Netaji and Surendra Sai’s photos. Acharya Chaturbhuja Sahoo introduced the guests and gave a welcome address. On the occasion, the guests highlighted the biographies of Netaji Subhas Chandra Bose, a worthy son of Bharatmata, and Surendra Sai, a Freedom Fighter. Acharya Saraswati Sahoo and Bhagwati Mohapatra officiated. Acharya’s representatives Malay Kumar Das, Bikash Chandra Pradhan, Priyanka Behera, Shushri Tripathy, Basant Mohanty, Anil Kumar Sahoo, Binapani Barik and all the Guruji and Guruma assisted in the  the program. Acharya Malay Kumar Das offered his thanks.

କଳମଛୁଇଁ ଶିଶୁମନ୍ଦିରରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ


ତାଳଚେର(ତା-୨୩/୦୧/୨୦୨୨)- ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବରେ ବିଦ୍ୟାଳୟର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ,ସମ୍ମାନୀତ ଅତିଥି ଭାବରେ ସହ ସମ୍ପାଦକ ତପନ କୁମାର ସାହୁ ଓ ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟ ହିଂମାଶୁ କୁମାର ଦାସ ଯୋଗ ଦେଇ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଆଚାର୍ଯ୍ୟ ଚତୁର୍ଭୂଜ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଅତିଥିମାନେ ଭାରତମାତାର ଦୁଇ ବୀର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟା ସରସ୍ୱତୀ ସାହୁ ଓ ଭଗବତୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଚାର୍ଯ୍ୟ ପ୍ରତିନିଧି ମଳୟ କୁମାର ଦାସ,ବିକାଶ ଚନ୍ଦ୍ର ପ୍ରଧାନ,ପ୍ରିୟଙ୍କା ବେହେରା, ସୁଶ୍ରୀ ତ୍ରିପାଠୀ,ବସନ୍ତ ମହାନ୍ତି,ଅନୀଲ କୁମାର ସାହୁ,ବୀଣାପାଣି ବାରିକଙ୍କ ସମେତ ସମସ୍ତ ଗୁରୁଜୀ,ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଚାର୍ଯ୍ୟ ମଳୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.