National Science Day celebrations At Kalamachhuin Saraswati Shishu Vidyamandir.

    Talcher (Dt-28/02/2022) – National Science Day has been observed in the premises of Kalamchhuin Saraswati Shishu Vidyamandir under Talcher block. The function was presided over by Mr. Dibakar Barik, President of the School Management Committee. Hingula Nodal High School’s science teacher Trilochan Pradhan was the chief guest and  Mr. Bibhuti Bhushan Swain,Secretary of the school and Mr.Anil Kumar Dehuri,Pradhan Acharya was the guest of honor on this  occasion. Acharya Chaturbhuja Sahoo introduced the guests and gave a welcome address. On this occasion, the importance of celebrating National Science Day and highlighted C.V. Raman’s biography.  Quiz competation, questionnaires, and quizzes on the biographies of various scientists were held among the Students . The chief guest presented  awards to the winners with Certificate and Prizes. Acharya Priyanka Behera coordinated the program while Acharya Rabin Kumar Baral offered the vote of thanks. Acharya Prakash Chandra Pradhan, Biren Kumar Pradhan, Veenapani Barik, Monalisa Mohanty, Malay Das, Anil Kumar Sahu, Basant Kumar Mohanty, all the Acharya and Acharya assisted in the management of the program. Students have not been able to attend school for almost two years due to an outbreak of Corona pandemic Situation  and students have come to study today as per the government’s instructions. On this occasion, Guruji and the gurumaa’s welcomed the students with flowers.

କଳମଛୁଇଁ ଶିଶୁ ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳନ
ତାଳଚେର(ତା-୨୮/୦୨/୨୦୨୨)- ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ହିଙ୍ଗୁଳା ନୋଡାଲ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତ୍ରିଲୋଚନ ପ୍ରଧାନ ଓ ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଚନ୍ଦ୍ରଶେଖର ଭେଙ୍କଟରମଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଆଚାର୍ଯ୍ୟ ଚତୁର୍ଭୂଜ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଜାତୀୟ ବିଜ୍ଞାନ ଦିବସ ପାଳନର ମହତ୍ୱ ଓ ସି.ଭି. ରମଣଙ୍କ ଜୀବନୀ ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନବାଚକ, ପ୍ରଶ୍ନ ମଂଚ ଓ ବିଭିନ୍ନ ବୈଜ୍ଞାନିକମାନଙ୍କ ଜୀବନୀ ସମ୍ପର୍କିତ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରିଥିଲେ । ଆଚାର୍ଯ୍ୟା ପ୍ରିୟଙ୍କା ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ରବିନ୍ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟ ପ୍ରକାଶ ଚନ୍ଦ୍ର ପ୍ରଧାନ,ବୀରେନ କୁମାର ପ୍ରଧାନ,ବୀଣାପାଣି ବାରିକ,ମୋନାଲିସା ମହାନ୍ତି, ମଳୟ ଦାସ,ଅନୀଲ କୁମାର ସାହୁ,ବସନ୍ତ କୁମାର ମହାନ୍ତିଙ୍କ ସମେତ ସମସ୍ତ ଆଚାର୍ଯ୍ୟ,ଆଚାର୍ଯ୍ୟା ସହଯୋଗ କରିଥିଲେ । ମହାମାରୀ କରୋନା ଯୋଗୁଁ ବିଦ୍ୟାଳୟକୁ ପ୍ରାୟ ଦୁଇ ବର୍ଷ ହେଲା ଛାତ୍ରଛାତ୍ର୍ରୀ ଆସୁ ନ ଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଆସିଥିଲେ । ଏହି ଅବସରରେ ଗୁରୁଜୀ,ଗୁରୁମାମାନେ ଛାତ୍ରଛାତ୍ରୀମାନଙ୍କୁ ଫୁଲ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

Leave a Reply

Your email address will not be published.