Kalamachhuin Saraswati Shishu Vidyamandir’s amazing success in scholarship.

Saraswati Shishumandir’s amazing success in scholarship

Talcher (Dt.24/01/2022) – Students of Kalamchhuin Saraswati Shishu Vidyamandir under Talcher block have achieved remarkable results in the government scholarship examination for the academic year 2020-21. Satyam Sundaram Sahoo, Shaswat Kumar Nayak and Soumyajit Samal have been declared eligible for the class-III scholarship exam results and have enhanced the school’s prestige. Similarly, the students have also passed the Pathani Samanta Maths Merit Examination for the 2020-21 academic year. Sixth Class Student Omm Prakash Mohanty, Smitarani Majhi and Prince Priya Sahoo are eligible for the scholarship. Anil Kumar Dehuri, the school’sPradhan Acharya, said the success of the students was due to the tireless work and dedication of the students, the resignation of the gurus & the gurumaas, the encouragement of the management committee and the cooperation of the parents. Congratulations to all the Students From the gurus, gurumaas and parents, including Mr.Dibakar Barik, president of the school management committee, Mr.Bibhuti Bhushan Swain, Secretary, Tapan Kumar Sahoo, Joint Secretary and Mr.Girish Chandra Pradhan, treasurer, for this extraordinary achievement of the students.

ମେଧାବୃତିରେ କଳମଛୁଇଁ ସରସ୍ୱତୀ ଶିଶୁମନ୍ଦିରର ଅଦ୍ଭୁତପୂର୍ବ ସଫଳତା

    ତାଳଚେର(ତା-୨୯/୦୧/୨୦୨୨)-୨୦୨୦-୨୧ ଶିକ୍ଷାବର୍ଷର ସରକାରୀ ବୃତି ପରୀକ୍ଷରେ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ତୃତୀୟ ଶ୍ରେଣୀ ବୃତି ପରୀକ୍ଷା ଫଳାଫଳରେ ସତ୍ୟମ୍ ସୁନ୍ଦରମ୍ ସାହୁ,ଶାଶ୍ୱତ କୁମାର ନାୟକ ଓ ସୌମ୍ୟଜିତ୍ ସାମଲ ବୃତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ବିଦ୍ୟାଳୟର ଗୌରବ ବୃଦ୍ଧି କରାଇଛନ୍ତି । ସେହିପରି ୨୦୨୦-୨୧ ଶିକ୍ଷାବର୍ଷର ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷାରେ ମଧ୍ୟ ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି । ଷଷ୍ଠ ଶ୍ରେଣୀର ଛାତ୍ର ଓମ୍ ପ୍ରକାଶ ମହାନ୍ତି, ସ୍ମିତାରାଣୀ ମାଝୀ ଓ ପ୍ରିନ୍ସ ପ୍ରିୟା ସାହୁ ବୃତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଭଳି ସଫଳତା ପଛରେ ଛାତ୍ରଛାତ୍ରୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ତଥା ଗୁରୁଜୀ, ଗୁରୁମାମାନଙ୍କର ତ୍ୟାଗ, ପରିଚାଳନା ସମିତିର ପ୍ରୋତ୍ସାହନ ଓ ଅଭିଭାବକମାନଙ୍କର ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଏହି ଅବସରରେ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀମାନଙ୍କର ଏହିି ଅଦ୍ଭୁତପୂର୍ବ ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ,ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, ସହ ସମ୍ପାଦକ ତପନ କୁମାର ସାହୁ, କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ଗୁରୁଜୀ,ଗୁରୁମା ତଥା ଅଭିଭାବକମାନଙ୍କ ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave a Reply

Your email address will not be published.