Ghar hi Vidyalaya Programme celebration at SSVM,Kalamachhuin on Dt.29.03.2022.

 

କଳମଛୁଇଁ ଶିଶୁ ମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

    ତାଳଚେର(ତା-୨୯/୦୩/୨୦୨୨)-ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଓ ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିକାଶ ସମିତି,ମଧ୍ୟ ସମ୍ଭାଗ ଶିଶୁବାଟିକା ପ୍ରମୁଖ ସୁଶୀଲ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟ ଶିଶୁବାଟିକା ପ୍ରମୁଖ ଆଚାର୍ଯ୍ୟା କଳ୍ପନା ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ସାହୁୁ ଶିଶୁର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପିତାମାତା ଓ ବିଦ୍ୟାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିନିମନ୍ତେ ଏକ ସଂସ୍କାରପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଶିଶୁମାନଙ୍କ ଶିକ୍ଷା ଉପକରଣ ସମ୍ବଦ୍ଧୀୟ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ପଚାଶରୁ ଉର୍ଦ୍ଧ୍ୱ ଅଭିଭାବକ,ଅଭିଭାବିକା ଯୋଗ ଦେଇଥିଲେ । ଆଚାର୍ଯ୍ୟା ପ୍ରିୟଙ୍କା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟା ସରସ୍ୱତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ବସନ୍ତ କୁମାର ମହାନ୍ତି,ଆଚାର୍ଯ୍ୟା ସବିତା ସାହୁ,ରୀତା ଭୂତିଆ, ଅର୍ଚ୍ଚନା ସାହୁ,ବୈଜୟନ୍ତୀ ସାହୁ,ରଞ୍ଜୁବାଳା ସାହୁ ଓ ଟୁନିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published.