National Mathematics Day celebration at Kalamchhuin Shishu Vidyamandir

Talcher (Dt.22/12/2021) – National Mathematics Day has been observed in the vicinity of Kalamchhuin Saraswati Shishu Vidyamandir in Talcher block. The event was chaired by Mr.Dibakar Barik, an educator and President of the steering committee. Hingula Nodal High School Head Master Mr. Santosh Kumar Pradhan was the chief guest, Bibhuti Bhushan Swain, Secretary of the steering committee, was the guest of honor and Acharya Kamal Lochan Pradhan was the keynote speaker. On the occasion, the guests laid wreaths at the image of the great mathematician Srinivasa Ramanujan and highlighted the importance of celebrating National Mathematics Day and the biography of mathematician Ramanujan. Senior Acharya Chaturbhuja Sahoo introduced the guests while Acharya Priyanka Behera and Bhagwati Mohapatra officiated the programme. Various competitions were held among the students of the school, including the Mathematics Questionnaire, Mathematical Journalists, Multiplication Swords, Mathematical Projects, Reverse Counting, Chart Exhibitions and Photographers’ Exhibitions. The chief guest presented the winners with certificates and trophies. Acharya Bhagaban Behera, Malay Kumar Das, Sarat Chandra Das, Basant Mohanty, Ajay Kumar Sahoo, Binapani Barik, Monalisa Mohanty, Archana Sahoo, Rabin Baral, Tunita Sahoo, Sabita Sahoo were the main contributors to the program. Acharya Uchchab Rana offered his thanks.

କଳମଛୁଇଁ ଶିଶୁମନ୍ଦିରରେ ଜାତୀୟ ଗଣିତ ଦିବସ

     ତାଳଚେର(ତା-୨୨/୧୨/୨୦୨୧)- ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ ଗଣିତ ଦିବସ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ହିଙ୍ଗୁଳା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପ୍ରଧାନ,ସମ୍ମାନୀତ ଅତିଥି ଭାବରେ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଓ ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟ କମଳ ଲୋଚନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ମହାନ୍ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ୍‌ଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରିବା ସହ ଜାତୀୟ ଗଣିତ ଦିବସ ପାଳନର ମହତ୍ୱ ତଥା ଗଣିତଜ୍ଞ ରାମାନୁଜନ୍‌ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ଚତୁର୍ଭୂଜ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟା ପ୍ରିୟଙ୍କା ବେହେରା ଓ ଭଗବତୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣିତ ପ୍ରଶ୍ନ ମଂଚ,ଗଣିତ ପତ୍ରବାଚକ,ଗୁଣନ ଖନ୍ଦା,ଗଣିତ ପ୍ରକଳ୍ପ,ଓଲଟା ଗଣନା,ଚାର୍ଟ ପ୍ରଦର୍ଶନୀ ଓ ଗଣିତଜ୍ଞମାନଙ୍କ ଫଟୋଚିତ୍ର ପ୍ରଦର୍ଶନୀ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଭଗବାନ ବେହେରା,ମଳୟ କୁମାର ଦାସ,ଶରତ ଚନ୍ଦ୍ର ଦାସ, ବସନ୍ତ ମହାନ୍ତି, ଅଜୟ କୁମାର ସାହୁ,ବୀଣାପାଣି ବାରିକ,ମୋନାଲିସା ମହାନ୍ତି,ଅର୍ଚ୍ଚନା ସାହୁ,ରବିନ ବରାଳ,ଟୁନିତା ସାହୁ,ସବିତା ସାହୁ ପ୍ରମୁଖ ସହଯୋଗ କରିଥିଲେ । ଆଚାର୍ଯ୍ୟ ଉଚ୍ଛବ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published.