Children’s Day celebration at Kalamchhuin Saraswati Shishu Vidyamandir on dt.14.11.2021.

 କଳମଛୁଇଁ ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳନ


  ତାଳଚେର(ତା-୧୪/୧୧/୨୦୨୧)- ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକାତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି,ମଧ୍ୟ ସମ୍ଭାଗ ଅନ୍ତର୍ଗତ ଅନୁଗୋଳ ଜିଲ୍ଲା ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀ,ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ ଓ ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟ ଅଭୟ କୁମାର ସାହୁ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଉପସ୍ଥିତ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି ଚାଚା ନେହୁରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ଜବାହାରଲାଲ ନେହୁରଙ୍କ ଜୀବନୀ ଦର୍ଶନ ଉପରେ ଆଲୋକପାତ କରିବା ସହ ପଣ୍ଡିତ ନେହେରୁଙ୍କ ଆଦର୍ଶକୁ ଅନୁସରଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା,ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁସ୍ତକ ଦେଇ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଗୁରୁମା ପ୍ରିୟଙ୍କା ବେହେରା ଓ ଜ୍ୟୋର୍ତିମୟୀ ସେନାପତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ଅନୀଲ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ମଳୟ ଦାସ,ବସନ୍ତ ମହାନ୍ତି,ଅଜୟ ସାହୁ,ବୀରେନ୍ କୁମାର ପ୍ରଧାନ,ଶରତ ଚନ୍ଦ୍ର ଦାସ,ସବିତା ସାହୁ,ସରୋଜା ବେହେରା,ସୁଶ୍ରୀ ତ୍ରିପାଠୀ,ଟୁନିତା ସାହୁ,କୁମୁଦ ଚନ୍ଦ୍ର ସାହୁଙ୍କ ସହ ସମସ୍ତ ଗୁରୁଜୀ,ଗୁରୁମା ସହଯୋଗ କରିଥିଲେ ।

Leave a Reply

Your email address will not be published.