Bharatmata Pujan program Held at Kalamchhuin Shishu Vidyamandir.

Talcher (Dt.-22/01/2022) – The Bharat Mata Pujan program has been held in the premises of Kalamchhuin Saraswati Shishu Vidyamandir in Talcher block. Mr.Dibakar Barik, President of the steering committee, and Mr.Bibhuti Bhushan Swain, Secretary were guest in that Programme. On this occasion, wreaths were laid in the image of Bharatmata and mass aarti was performed. Pradhan Acharya Mr. Anil Kumar Dehuri discussed the purpose of the Bharatmata Pujan program and its various aspects. Acharya Biren Kumar Pradhan and Jyotimayee Senapati officiated the Programme. All the gurus and gurumaas participated in the program. According to the Shikshya Vikash Samiti, Odisha, the program will run from the 20th to the 26th of this month.

କଳମଛୁଇଁ ଶିଶୁମନ୍ଦିରରେ ଭାରତମାତା ପୂଜନ କାର୍ଯ୍ୟକ୍ରମ


ତାଳଚେର(ତା-୨୨/୦୧/୨୦୨୨)- ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭାରତ ମାତା ପୂଜନ କାର୍ଯ୍ୟକ୍ରମ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବରେ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ ଓ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଯୋଗ ଦେଇଥିଲେ । ଏହି ଅବସରରେ ଭାରତମାତାଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରାଯିବା ସହ ସାମୁହିକ ଆରତୀ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଭାରତମାତା ପୂଜନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଏହାର ବିଭିନ୍ନ ଦିଗ ସମ୍ବଦ୍ଧରେ ଆଲୋଚନା କରିଥିଲେ । ଆଚାର୍ଯ୍ୟ ବୀରେନ୍ କୁମାର ପ୍ରଧାନ ଓ ଜ୍ୟୋର୍ତିମୟୀ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ,ଗୁରୁମା ସହଯୋଗ କରିଥିଲେ । ଶିକ୍ଷା ବିକାଶ ସମିତି,ଓଡିଶାଙ୍କ ଯୋଜନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୦ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଧାନାଚାର୍ଯ୍ୟ ଶ୍ରୀ ଦେହୁରୀ ସୂଚନା ଦେଇଥିଲେ ।

Leave a Reply

Your email address will not be published.